ଅପେକ୍ଷା କରିଥିଲି ତୁମକୁ ବର୍ଷା
ଗ୍ରୀଷ୍ମରେ ଜଳୁଥିଲା ଦେହ ଶରୀର
ବର୍ଷା ତୁମେ ଆସିଲ ବିଜୁଳି ଘଡ଼ଘଡ଼ି
ଶିତୁଆ ହାଉଲା ପବନକୁ ନେଇ !!!
ଗ୍ରୀଷ୍ମର ଆଗମନ ରେ ଦେହ ମୋର
ସୁନ୍ଦର ରୁ ଛିନ୍ନ ହେଉଥିଲା
ତୁମୋ ଠୋପାରେ ଦେହ ମୋର
ସୁନ୍ଦର ରୁ ଯୌବନ ଧରିଲା !!!
ସୁଁ ସୁଁ ଶଦ୍ଦ ଝି ଝି ନାଦ ରେ ଦେହ
ମୋର ନୂତଙ୍ଗରେ ନାଚି ଉଠିଲା
ତୁମେ ନଥିଲ ବର୍ଷା ମୋର କି ଦେହ
ମନ ଯୌବନ ସୁନ୍ଦର ହୋଇଥାନ୍ତା !!!
ବର୍ଷାଠୋପା ବରଷିଲେ ତୁମର ଫାଟି
ଲେ ହୋଇଯାଏ ମୋର ମନ ଦୁଃଖ
କଣ କହିବି ଏ ପ୍ରକୃତି ର ଖେଳ
ଖେଳି କନ୍ଦାଏ ଜୀବନ ଯାକ !!!
ବର୍ଷା ତୁମର ଆଗମନ ରେ
ବେଙ୍ଗ ଯେ ବୋବାନ୍ତି
ଜିଆ କଲିକତରା ଝିଣ୍ଟିକା ଗଣ
ଖୁସିରେ ନାଚିଉଠନ୍ତି ପଶୁପକ୍ଷୀ ଗଣ!
କି କହିବି ଗାଈ ଯେ ନାଚି ଉଠନ୍ତି
ତୁମ ଆଗମନର କୂଳେ
ଗାଁ ଗଣ୍ତା ଚଷା ପୁଅ ଯେ ହସିଉଠେ
ତୁମ ଆଗମନକୁ ନେଇ !!!
ଚଷା ପୁଅ କରେ ବିଲରେ ହଳ
ଖେଳିଯାଏ ଶଷ୍ଯ ଶ୍ଯାମଳ
ପ୍ରକୃତି ହସିଲେ ହସେ ସାରା ସଂସାର
ବର୍ଷାତୁମେ ଆସିଲ ବର୍ଷାତୁମେ ଆସି!
ଦୁଷ୍ମନ୍ତ ବେହେରା
ରାସୋଳ-ମୁଣ୍ତିଆପଷି
ଢେଙ୍କାନାଳ


0 Comments